ରୋଗିଙ୍କୁ ଦେଢ଼ କିଲୋମିଟର ବୋହିଲେ କର୍ମଚାରୀ
by Argus News
Fri, Mar 01 | 2:57 p.m.

ଅର୍ଗସ ବ୍ୟୁରୋ : ପୁଣି ଖଟୁଆରେ ବୁହା ହେଲେ ରୋଗି । ଏଭଳି ଘଟଣା ଦେଖିବାକୁ ମିଳିଛି  ରେଢାଖୋଲରେ । ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ । ଫଳରେ ରୋଗିଙ୍କୁ ବୋହି ସମ୍ପର୍କୀୟ ଓ ଆମ୍ବୁଲାନ୍ସ କର୍ମଚାରୀ ଅଗମ୍ୟ ରାସ୍ତାରେ ଆସିବା ପରେ ଆମ୍ବୁଲାନ୍ସ ନିକଟରେ ପହଞ୍ଚୁଛନ୍ତି। ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଯୁଯୁମୁରା ପଞ୍ଚାୟତ ମହାଜନନାଲିରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଗ୍ରାମର ସୁଲୁଗା ଲୁଗୁନଙ୍କ ପତ୍ନୀ ସଞ୍ଜିତା ଲୁଗୁନ ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ସକାଳ ୧୧ଟା ୧୦ ବେଳେ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ଯୁଯୁମୁରାର ୧୦୮ ଆମ୍ବୁଲାନ୍ସ ଉପଲବ୍ଧ ନଥିବାରୁ କେଶାପାଲିରୁ ଆମ୍ବୁଲାନ୍ସ ଆସି ପହଞ୍ଚିଥିଲା। ଯୁଯୁମୁରାରୁ ବ୍ରାହ୍ମଣୀନାଲି ଗ୍ରାମ ଯାଏ ସଡ଼କ ରହିଛି । କିନ୍ତୁ ତା’ ପରଠାରୁ ରାସ୍ତା ଯାତାୟାତ ଉପଯୋଗୀ ନଥିବାରୁ ଆମ୍ବୁଲାନ୍ସ ଯାଇ ପାରି ନଥିଲା । ଶେଷରେ ଆମ୍ବୁଲାନ୍ସ କର୍ମଚାରୀ ଅନିଲ ପ୍ରଧାନ, ସୁବାସ ପ୍ରଧାନ ଓ ସମ୍ବିତ ସାହୁ ଷ୍ଟ୍ରେଚର ନେଇ ଗାଁକୁ ଯାଇ ସମ୍ପର୍କୀୟଙ୍କ ସହାୟତାରେ ରୋଗୀଙ୍କୁ ବୋହି ବୋହି ଆଣିଥିଲେ । ଅପନ୍ତରା ପାଦଚଲା ରାସ୍ତାରେ ପ୍ରାୟ ୪୫ ମିନିଟ ଚାଲିବା ପରେ ସଞ୍ଜିତାଙ୍କୁ ଆମ୍ବୁଲାନ୍ସ ଯାଏ ଅଣାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

କେମିତି କଟିବ
57m ago
କେମିତି କଟିବ ଆଜିର ଦିନ....ସତର୍କ ରୁହନ୍ତୁ ଏହି ରାଶି
ଅର୍ଗସ ବ୍ୟୁରୋ: ଆପଣଙ୍କ ଦିନଟି କେମିତି କଟିବ ସେ ପାଇଁ ଚିନ୍ତିତ କି? ତାହେଲେ ଚାଲନ୍ତୁ ଜାଣିବା। ମେଷ- ଶାରିରୀକ ସମସ୍ୟାରୁ ମୁକ୍ତି ପାଇବେ । ଜୀବନରେ ଉନ୍ନତି ପାଇଁ ନୂଆ ସୁଯୋ
ଆସନ୍ତା ଦୁଇ ଦିନ ମଧ୍ୟର
ଆସନ୍ତା ଦୁଇ ଦିନ ମଧ୍ୟରେ ଅବପାତରେ ପରିଣତ ହେବ ଲଘୁଚାପ
ଅର୍ଗସ ବ୍ୟୁରୋ: ଘନୀଭୂତ ହେଉଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ। ଲଘୁଚାପ ଆହୁରି ଘନୀଭୂତ ହେବାକୁ ବଳଗୋଟାଉଛି। ଆସନ୍ତା ଦୁଇ ଦିନ ମଧ୍ୟରେ ଅବପାତରେ ପରିଣତ ହେବ ଲଘୁଚାପ। ଉତ୍ତର-ପଶ୍ଚି
ଆଜି ଚାଷୀଙ୍କୁ
ଆଜି ଚାଷୀଙ୍କୁ ମିଳିବ ସିଏମ୍ କିଷାନ ସହାୟତା
ଅର୍ଗସ ବ୍ୟୁରୋ: ନୂଆଁଖାଇ ଉପଲକ୍ଷେ ଚାଷୀଙ୍କ ପାଇଁ ଖୁସି ଖବର । ଆଜି ଚାଷୀଙ୍କୁ ସିଏମ୍ କିଷାନ ସହାୟତା ଭେଟି ଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସିଏମ୍ କିଷାନ ସହାୟତା ଅନ୍ତର୍ଗତ ଉପକୃତ ହେବ